The following text field will produce suggestions that follow it as you type.

Krushnabarna Janha O Anyanya Kabita
Krushnabarna Janha O Anyanya Kabita

Krushnabarna Janha O Anyanya Kabita

Current price: $14.00
Loading Inventory...
Get it at Barnes and Noble

Size: OS

Get it at Barnes and Noble
ସମାଜରେ ସାହିତ୍ୟର ଭୂମିକା ଯେ ଗୁରୁତ୍ୱପୂର୍ଣ୍ଣ ସେଥିରେ ତିଳେମାତ୍ର ଦ୍ୱନ୍ଦ୍ୱର ଅବକାଶ ନାହିଁ । ମୋର ସ୍ୱଳ୍ପ ଅଧ୍ୟୟନରୁ ମୁଁ ଏତିକି ବୁଝିଛି ଯେ ଏକ ସୁସ୍ଥ ଓ ପରିପକ୍ୱ ସମାଜ ଗଠନ କରିବାରେ, ମଣିଷକୁ ସମ୍ବେଦନଶୀଳ କରି ଗଢ଼ି ତୋଳିବାରେ ସାହିତ୍ୟର ଅବଦାନ ଅନନ୍ୟ । ସାହିତ୍ୟର ସାରସ୍ୱତ ସାଧକମାନଙ୍କର ପ୍ରଚେଷ୍ଟା ବଳରେ ବିଶ୍ୱ ଇତିହାସରେ କେତେ କେତେ ବୈପ୍ଳବିକ ସଂସ୍କାର ସମ୍ଭବ ହୋଇପାରିଛି । "ତରବାରୀଠାରୁ କଲମର ବଳ ବେଶୀ' ଏକଥା ବି ସର୍ବସମ୍ମତିରେ ସର୍ବସାଧାରଣରେ ଗ୍ରାହ୍ୟ । ସୁତରାଂ ଜଣେ ଲେଖକଙ୍କର ଦାୟିତ୍ୱ କେବଳ ନିଜର ବ୍ୟକ୍ତିଗତ ଉଦ୍ଦେଶ୍ୟକୁ ଚରିତାର୍ଥ କରିବା ଏବଂ ପାଠକପାଠିକାଙ୍କ ମନୋରଞ୍ଜନ କରିବାରେ ସୀମିତ ରହେ ନାହିଁ, ବରଂ ତାଙ୍କ ସର୍ଜନା ମାଧ୍ୟମରେ ବ୍ୟବସ୍ଥାକୁ ବଦଳାଇବାର ଭରପୁର ପ୍ରୟାସ ଥାଏ ବା ରହିବା ଆବଶ୍ୟକ । ନିଜକୁ କବି କିମ୍ବା ଲେଖକ ବୋଲି କହିବାର ଦୁଃସାହସ କେବେ କରିବି ନାହିଁ । ଏ ବହିରେ ଯାହା କିଛି ଲେଖା ସ୍ଥାନ ପାଇଛି ସେଗୁଡ଼ିକୁ କବିତାର ଆଖ୍ୟା ଦିଆଯାଇ ପାରିବ କି ନାହିଁ ତା'ର ବିଚାର ବି ମୁଁ ପାଠକପାଠିକାମାନଙ୍କ ଉପରେ ଛାଡ଼ି ଦେଇଛି । ଏଥିରେ ଥିବା ଲେଖାଗୁଡ଼ିକ ଭିନ୍ନଭିନ୍ନ କଥାବସ୍ତୁ ଉପରେ ଆଧାରିତ । ଏସବୁର ସ୍ରଷ୍ଟା ହିସାବରେ କେବଳ ଏତିକି କହିବି ଯେ ଯେଉଁସବୁ ଭାବନା ମୋ ଛାତି ଭିତରେ ଉଙ୍କି ମାରୁଥିଲେ, ମୋ ନିସଙ୍ଗତାରେ ମୋ ଭିତରେ ଆଲୋଡ଼ନ ସୃଷ୍ଟି କରୁଥିଲେ, ସେସବୁକୁ ସାଦାକାଗଜର ଛାତି ଉପରେ ଢାଳି ଦେଇଛି । ଯେଉଁସବୁ ଅନୁଭୂତି ମୋ ଦେହ ମନରେ ରୋମାଞ୍ଚ ଭରି ଦେଇଛି, ଯେତେ ଯେତେ ଘଟଣା ମୋ ଆତ୍ମାକୁ ଆନ୍ଦୋଳିତ କରିଛି ଓ ଯେଉଁସବୁ କଥା ମୋତେ ବ୍ୟଥିତ କରିଛି, ସେସବୁକୁ ସିଧାସିଧା ବ୍ୟକ୍ତ କରିଦେଇଛି । ଯାହା ବି ଲେଖିଛି ଶୁଦ୍ଧ ଆଶା ଓ ଆକାଂକ୍ଷା ନେଇ ଲେଖିଛି । ପରିଶେଷରେ ଆପଣମାନଙ୍କୁ ସବିନୟ ନିବେଦନ କରିବି ଯେ ଯଦି ମୋର ଏହି ଲେଖାଗୁଡ଼ିକର ଭାବବସ୍ତୁ ଆପଣମାନଙ୍କ ମନକୁ ଛୁଏଁ ତେବେ ସେଗୁଡ଼ିକୁ ବହୁତ ସାରା ଭଲପାଇବା ଦେବେ ଏବଂ ମୋତେ ଆଶୀର୍ବାଦ କରିବା ହେବେ । ଲେଖାଗୁଡ଼ିକ ଭଲ ନଲାଗିଲେ କ୍ଷମା କରିଦେବେ । ଧନ୍ୟବାଦ ।
Powered by Adeptmind