The following text field will produce suggestions that follow it as you type.

Ama Samayara Kahani: Piladina
Ama Samayara Kahani: Piladina

Ama Samayara Kahani: Piladina

Current price: $16.00
Loading Inventory...
Get it at Barnes and Noble

Size: OS

Get it at Barnes and Noble
ଯେତେ ଯାହା ଚାହିଁଲେ ବି ପିଲାଦିନ ଆଉ ଫେରେ ନାହିଁ । ସ୍ମୃତିର ଆଲ୍‌ବମ୍‌ରେ ପୁରୁଣା ଫଟୋଟିଏ ପରି ସେ ପଛରେ ରହିଯାଏ । ଏଣିକି ମଣିଷକୁ ଫେରିବାକୁ ହୁଏ ପିଲାଦିନ ପାଖକୁ- ଗୀତ, ଗପ, ଉପନ୍ୟାସ ଓ ଚିତ୍ରର ଭରସାରେ । ପିଲାଦିନ ଗପ ସଂକଳନ, ସେଇ ପିଲାଦିନକୁ ପାଖରେ ପାଇବାର ଆବେଗ ଆତୁର ଉଦ୍ୟମର ଫଳଶ୍ରୁତିଟିଏ । ଅନେକ ଦିନ ଧରି ଏମିତି ସ୍ୱପ୍ନଟିଏ ଥିଲା, ପିଲାଦିନର ସ୍ମୃତି ପରି ମୋ ପାଖେ ପାଖେ, ମାତ୍ର ସେଇ ସ୍ୱପ୍ନକୁ ବାସ୍ତବର ରୂପ ଦେବା ପାଇଁ ଅବକାଶ ଓ ଅବସର ଜୁଟୁ ନ ଥିଲା । 'ପିଲାଦିନ' ସଂକଳନ 'ଆମ ସମୟର କାହାଣୀ' ଶୃଙ୍ଖଳାର ପ୍ରଥମ ସଂକଳନ । ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ଅନୁଭବ ଓ ପ୍ରସଙ୍ଗକୁ ନେଇ ଏଭଳି କେତେକ ଗଳ୍ପ ସଂକଳନ ପ୍ରକାଶ ପାଇଁ ଯେଉଁ ସାନ ଯୋଜନାଟିଏ ରହିଛି ଏଇଟି ତା'ର ପ୍ରଥମ ପଦକ୍ଷେପ । ଏହାର ଗପଗୁଡ଼ିକ ପିଲାଦିନକୁ ଖୋଜି ପାଇବାରେ ଗୋଟେ ଗୋଟେ ମଧୁର ପ୍ରୟାସ । ଏଗୁଡ଼ିକୁ ପଢ଼ିଲାବେଳେ ମୁଁ ନିଜେ ପ୍ରଚୁର ରସଘନ ମୁହୂର୍ତ୍ତର ସାନ୍ନିଧ୍ୟ ଲାଭ କରିଛି । ହସିଛି, କାନ୍ଦିଛି, ରୁଷିଛି ଓ ଭାବପ୍ରବଣ ହୋଇପଡ଼ିଛି । ସେଇ ସମ୍ଭବତଃ ମୋ ଉଦ୍ୟମର ଯଥାର୍ଥ ପାରିଶ୍ରମିକ । ଓଡ଼ିଆ ଭାଷାର 'ପିଲାଦିନ'ର ଅନୁଭବ, ଅଭିଜ୍ଞତାକୁ ନେଇ ଆହୁରି ଅନେକ ଗପ ରହିଛି । ସବୁ ସମୟର କାହାଣୀ ଶୃଙ୍ଖଳାରେ ସେଭଳି ଗପଗୁଡ଼ିକୁ ଏକତ୍ର କରି ପ୍ରକାଶ କରିବାର ଯୋଜନା ମୋର ରହିଛି । ଇଏ କେବଳ ମୋ ଉଦ୍ୟମ ଓ ଆଭିମୁଖ୍ୟର ବିଶ୍ୱସନୀୟତା ସୃଷ୍ଟି ପାଇଁ ପ୍ରଥମ ପ୍ରୟାସ । ଆଶା କରୁଛି 'ପିଲାଦିନ' ଆପଣମାନଙ୍କୁ ଭଲ ଲାଗିବ । ଏହାର ଚରିତ୍ରମାନେ ଆପଣଙ୍କୁ ଆଉ ଥରେ ଜହ୍ନପଖଳା ଗାଁର ଶାଗୁଆ କ୍ଷେତ, ବର୍ଷାଧୁଆ ଘାସ ପଡ଼ିଆ ଓ ଖରାଦିନର ଆମ୍ବତୋଟାକୁ ଡାକି ନେଇଯିବେ । ସେତକ କରିବାରେ ଯଦି ସେମାନେ ସମର୍ଥ ହୁଅନ୍ତି, ତାହାହେଲେ ମୋର ସବୁ ଶ୍ରମ ସାର୍ଥକ ହୋଇଯିବ । ନୂତନ ସଂସ୍କରଣ : ୨୦୨୩ ଗୌରହରି ଦାସ
Powered by Adeptmind