The following text field will produce suggestions that follow it as you type.

Ama Chalani Ama Chamaka
Ama Chalani Ama Chamaka

Ama Chalani Ama Chamaka

Current price: $18.00
Loading Inventory...
Get it at Barnes and Noble

Size: OS

Get it at Barnes and Noble
ଉତ୍କଳୀୟ ସମାଜ ସମଗ୍ର ଭାରତବର୍ଷରେ ଅନେକ ସ୍ୱାତନ୍ତ୍ର‌୍ୟ ବହନକରେ । ଏହି ମହୋଦଧି କୂଳର ରାଜ୍ୟଟି ପ୍ରକୃତିର ଅସୁମାରି ଉପାଦାନରେ ଶୋଭାପାଏ । ତାହାର ଘନ ସବୁଜିମା ଭରା ଅରଣ୍ୟାନୀ ଏବଂ ଜଳପ୍ରପାତ ଗୁଡିକର ଶବ୍ଦତରଙ୍ଗ ସହିତ ବିହଙ୍ଗମାନଙ୍କର ପ୍ରକୃଷ୍ଟ ଲକ୍ଷ୍ୟସ୍ଥଳ ଯେମିତି କାକୁଳିରେ ଶବ୍ଦାୟିତ, ଉତ୍କଳୀୟ ମନପ୍ରାଣରେ ପ୍ରକୃତି ରଚେ ସିହରଣ । ମନ ଟାଣେ ପ୍ରକୃତି ସହିତ ତାଳମିଳାଇ ଚାଲିବାକୁ । ସେହି ତାଳରେ ମନ୍ଥର ବେଗରେ ଉତ୍କଳୀୟ କନ୍ୟାର ରୂପଲାବଣ୍ୟ ସହିତ ଓଡ଼ିଶୀନାଚ, ସେହି ଦୃଶ୍ୟ ପଟରେ ଅଳସକନ୍ୟାର ମନଲୋଭା ଚାହାଣି ଆଉ ସେହି ଆନନ୍ଦମୟ ଦେବଦବୀମାନଙ୍କର ବରଦା ହସ୍ତ ମନକୁ ପୁଲକରେ ଭରିଦିଏ । ସରଳ ନିଷ୍କପଟ ଓଡ଼ିଆ ଚରିତ୍ର ସ୍ୱଭାବବନ୍ତ । ମାଟିର ବଳରେ ଆଉ ପାଣିର ଶକ୍ତିରେ ତାର ବେଉସା, ଜଙ୍ଗଲଜାତ ଉପକରଣରେ ତାର ସମୃଦ୍ଧି । ଇତିହାସ ପୃଷ୍ଠାରେ ଅଦୃଷ୍ଟ ହୋଇ ରହିଥିଲା ଓଡ଼ିଶା ମାଟିତଳର ରତ୍ନଗର୍ଭ । ଉତ୍କଳୀୟ ସରଳ ପରିଧାନର ଅନ୍ତରାଳରେ ଛପି ରହିଥିଲା ତାର ଆତ୍ମସମ୍ମାନ ଆଉ ସମର୍ପଣର ମନୋଭାବ । ଯୁଗ ଯୁଗଧରି ପୃଥକ୍ ସମୟରେ ସିଏ ରାଷ୍ଟ୍ରଦେବତାଙ୍କର ଆଶିଷରେ ମଥାଟେକି ଗତି କରିଛି । ସମଗ୍ର ବିଶ୍ୱରେ ଚକାନୟନ ଯୁଗଳର ଅନନ୍ତ ଆବିଳତା ପ୍ରସାର କରିଛି । ସେହି ଓଡ଼ିଆ ପରମ ସ୍ୱାଭିମାନୀ । ନିଜର ଆତ୍ମମର୍ଯ୍ୟାଦା ତିଳେମାତ୍ର କ୍ଷୁଣ୍ଣ ହେବାକୁ ସୁଯୋଗ ଦିଏନାହିଁ । ଦିନେ କୋଣ୍ଡାଭିଡୁ ଦୁର୍ଗ ପାଇକମାନଙ୍କ ହାତରୁ ଛଡାଇନେଇ ନିଜେ କୃଷ୍ଣଦେବରାୟ କହିଥିଲେ, ଓଡ଼ିଆ ଜାତି ଭୋକରେ ମରିପାରେ, ହାତ ପତାଏ ନାହିଁ । ଏହିପରି ଆଉ ଥରେ ଆବେଗପୂର୍ଣ୍ଣ ଘଟଣା ଘଟିଛି ନଅଙ୍କ ଦୁର୍ଭିକ୍ଷରେ । ଜୀବନ ଯାଇଛି ପଛେ ଦାନଛତ୍ରରୁ ଦାନାଟିଏ ନେବାକୁ ଆତ୍ମସମ୍ମାନ ନଷ୍ଟ ହୋଇଯିବାର ଦ୍ୱନ୍ଦ୍ୱ ନେଇ ମୃତ୍ୟୁବରଣ କରିଛି ପଛେ ହାତ ପତାଇ ନାହିଁ । ସେଇ ଓଡ଼ିଆ ଜାତିର ଚଳଣି ଏବଂ ଚମକ ଆଧାରିତ 'ବିଜୟିନୀ' ପତ୍ରିକାର ୨୦୧୪ ରୁ ୨୦୨୨ ପର୍ଯ୍ୟନ୍ତ କିଛି ପ୍ରବନ୍ଧ ଆଧାରରେ ଏହି ସଂକଳନଟି ରଚିତ ।
Powered by Adeptmind